ଆଜି ଅଯୋଧ୍ୟାରେ ଦୀପ ମହୋତ୍ସବରେ ଯୋଗ ଦେବେ ମୋଦୀ

ଲକ୍ଷ୍ନୌ,ଏଜେନ୍ସି: ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଦେବ ଦୀପାବଳି ଅବସରରେ ପୂର୍ବ ସନ୍ଧ୍ୟାରେ ଅଯୋଧ୍ୟାରେ ପହଞ୍ଚିବେ । ମୋଦୀଙ୍କ ଗସ୍ତ ସମୟରେ ରାମଙ୍କ ଜନ୍ମଭୂମି ତୀର୍ଥସ୍ଥଳର ନୀରିକ୍ଷଣ କରିବେ । ପ୍ରଭୁ ରାମଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ରାଜ୍ୟଭିଷେକ କରିବାର କାର୍ଯ୍ୟକ୍ରମ ରହିଛି । ଦୀପାବଳି ଉତ୍ସବ ଅବସରରେ ଆୟୋଜିତ ହେବାକୁ ଥିବା ସମାରୋହରେ ମୋଦି ଯୋଗ ଦେବେ । ସରଜୁ ନଦୀର ନୂତନ ଘାଟରେ ଆଳତୀ ସହ ଥ୍ରିଡି ହୋଲୋଗ୍ରଫିକ ପ୍ରୋଜେକ୍ସନ ମାପିଂର ଶୋ ମଧ୍ୟ ଦେଖିବେ ।