୧୦୧ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ, ମନକଥା କହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ । ରେଡିଓ କାର୍ଯ୍ୟକ୍ରମର ଏହା ୧୦୧ତମ ସଂସ୍କରଣ । ଗତମାସରେ ସେଞ୍ଚୁରୀ ମାରିଥିଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଆଜି (ରବିବାର) ୧୦୧ ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟାରେ ଦେଶବାସୀଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣକୁ ଲୋକ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଗତ ମାସରେ ରେଡିଓ କାର୍ଯ୍ୟକ୍ରମ ୧୦୦ ଏପିସୋଡ ପୂରଣ କରିଥିଲା । ଏହା ଅଧିକ ଗୁରୁତ୍ବ ବହନ କରିଥିଲା । ୨୦୨୩ ଏପ୍ରିଲ ୩୦ ତାରିଖରେ ତାରିଖରେ ବର୍ଷର ଚତୁର୍ଥ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ୧୦୦ ତମ ଏପିସୋଡ ହୋଇଥିବାରୁ କାର୍ଯ୍ୟକ୍ରମଟି ସ୍ବତନ୍ତ୍ର ଥିଲା ।

ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ମନ କି ବାତ୍ କାର୍ଯ୍ୟକ୍ରମ ମୋ ପାଇଁ କେବଳର ଏକ କାର୍ଯ୍ୟକ୍ରମ ନୁହେଁ ଏହା ବିଶ୍ବାସ, ଆସ୍ଥା, ପୂଜା ଓ ବ୍ରତ । ଏହି କାର୍ଯ୍ୟକ୍ରମ କୋଟି କୋଟି ଜନତାଙ୍କ ଭାବନା । ଦେଶବାସୀଙ୍କ ସଫଳତାର ବାର୍ତ୍ତା ମନ୍ କି ବାତ୍ । ସାଧାରଣ ଲୋକଙ୍କ ସହ ଯୋଡି ହେବାର ମାଧ୍ୟମ ମନ୍ କି ବାତ୍ । ଦେଶବାସୀଙ୍କ ସହ ମନ୍ କି ବାତ୍ ବାନ୍ଧି ରଖିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ସହ ଦେଶର ଆତ୍ମା ନୂଆ ସଂସଦ ଭବନ ଲୋକାର୍ପଣ ହେବାକୁ ଯାଉଛି ଫଳରେ ଏହାକୁ ଅଧିକ ଗୁରୁତ୍ବ ରହିଛି ।