Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜି ୧୦୦ ତମ ମନ୍ କି ବାତରେ ସ୍ବତନ୍ତ୍ର ପ୍ରସ୍ତୁତି, ବିଶ୍ବ ଶୁଣିବ ମୋଦିଙ୍କ ମନ କଥା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜି ୧୦୦ ତମ ମନ୍ କି ବାତରେ ସ୍ବତନ୍ତ୍ର ପ୍ରସ୍ତୁତି, ବିଶ୍ବ ଶୁଣିବ ମୋଦିଙ୍କ ମନ କଥା

ନୂଆଦିଲ୍ଲୀ,ଏଜେନ୍ସି: ଆଜି ସେଞ୍ଚୁରୀ ମାରିବ ମନ୍ କି ବାତ୍ । ୧୦୦ ଏପିସୋଡ ପୂରଣ କରିବାକୁ ଯାଉଛି ମନ୍ କି ବାତ୍ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୦ ତମ ସଂସ୍କରଣ ଆଜି ପ୍ରସାରିତ ହେବ । ପୂର୍ବାହ୍ନ ୧୧ ଟାରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଦେଶବାସୀ ଶୁଣିଥାନ୍ତି । ୧୦୦ ତମ ସଂସ୍କରଣ ହୋଇଥିବାରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ଜାତିସଂଘ ମୁଖ୍ୟାଳୟରେ ପ୍ରସାରିତ ହେବ: ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ମନ୍ କି ବାତର ସିଧାପ୍ରସାରଣ ହେବ । ଜାତିସଂଘରେ ଅବସ୍ଥାପିତ ଭାରତୀୟ ସ୍ଥାୟୀ ମିଶନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ମୁଖ୍ୟାଳୟ ଟ୍ରଷ୍ଟିସିପ କାଉନସିଲ ଚାମ୍ବରରେ ଏହା ଶୁଣାଯିବ । ଜାତିସଂଘରୁ ମନ୍ କି ବାତର ୧୦୦ତମ ଏପିସୋଡ ସିଧାପ୍ରସାରଣ ଐତିହାସିକ ହେବ । ଏହି କାର୍ଯ୍ୟକ୍ରମ ଏକ ପରମ୍ପରା ସମାନ ହୋଇଛି । ପ୍ରତି ମାସ ଶେଷ ରବିବାର ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ଚାତକ ପରି ଲୋକ ଚାହିଁ ବସିଥାନ୍ତି । ୨୦୧୪ ଅକ୍ଟୋବର ୩ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ସେଞ୍ଚୁରୀ ମାରିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ୧୦୦ ତମ ସଂସ୍କରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ ଗେଟସ୍‌ ଶୁଭେଚ୍ଛା ଜଣାଇଛନ୍ତି । ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଓ ନିରନ୍ତର ବିକାଶ ଲକ୍ଷ୍ୟ କ୍ଷେତ୍ରରେ ସକରାତ୍ମକ ପ୍ରଭାବ ପକାଇଛି ବୋଲି ଟ୍ବିଟ କରି କହିଛନ୍ତି ବିଲ ଗେଟସ ।