ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କୁ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସୂଚନା ଅନୁସାରେ ଆଜି ପ୍ରଧାନମନ୍ତ୍ରୀ ଭିସି ଜିରିଆରେ କେବାଡ଼ିଆକୁ ବିଭିନ୍ନ ସ୍ଥାନରୁ ୮ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଏହା ଏକ ଦୈବସଂଯୋଗ ଯେ, ଆଜି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ରତ୍ନ ଏମଜି ରାମଚନ୍ଦ୍ରନଙ୍କ ଜନ୍ମ ବାର୍ଷିକୀ। ସେ ତାଙ୍କ ଜୀବନକୁ ଗରିବ ଲୋକଙ୍କ ସେବାରେ ଉତ୍ସର୍ଗୀକୃତ କରିଥିଲେ। ଏଥିସହିତ ମୋଦୀ କହିଛନ୍ତି କି, ଆମେ ସମସ୍ତେ ତାଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ କାମ କରୁଛୁ, ଏବଂ ମୁଁ ତାଙ୍କ ଆଗରେ ମୁଣ୍ଡ ନୁଆଁଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ବୋଲି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟୁଇଟର ପେଜରେ ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସୂଚନା ଅନୁସାରେ ଏମଜି ରାମଚନ୍ଦ୍ରନ ଏଆଇଏଡିଏମକେର ପ୍ରତିଷ୍ଠାତା। ଏଥିସହିତ ସେ ୧୯୭୭ରୁ ୧୯୮୭ ମସିହା ପର୍ଯ୍ୟନ୍ତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ୧୯୮୮ ମସିହାରେ ସେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ।