ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇ ପହଞ୍ଚି ଜବାହାରଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମର ବିକାଶ କାର୍ଯ୍ୟ ଓ ଉଦଘାଟନର ଶିଳାନ୍ୟାସ କରିଛନ୍ତି । ଏହି ସମୟରେ ମୋଦୀ ୩୧ହଜାର ୪୦୦ କୋଟି ଟଙ୍କା ବ୍ୟୟରେ ୧୧ଟି ପରିଯୋଜନାର ଶିଳାନ୍ୟାସ କରିଥିବା ଜଣାପଡ଼ିଛି । ଏହି ପରିଯୋଜନାରେ ରେଲୱେ, ପେଟ୍ରୋଲିୟମ, ଆବାସ ଓ ସଡ଼କ ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ବାଣିଜ୍ୟ ଓ ଯୋଗାଯୋଗ ବଢ଼ିବ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ତାମିଲନାଡ଼ୁ ରାଜ୍ୟପାଳ ଆର ଏନ ରବି ଚେନ୍ନାଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ମୋଦୀଙ୍କ ସ୍ୱାଗତ ପାଇଁ ଡିଏମକେ ନେତା ଦୁରଇମୁରୁଗନ ଓ ଡା. କେ ପୋନମୁଡ଼ୀ ଉପସ୍ଥିତ ଥିଲେ । ଚେନ୍ନାଇ ପହଞ୍ଚିବା ପରେ ମୋଦୀ ବିରାଟ ରୋଡ ଶୋ’ କରିଥିଲେ ।