ଆଜିଠୁ ନବରାତ୍ରୀ, ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠାରୁ (ଗୁରୁବାର) ଆରମ୍ଭ ହୋଇଯାଇଛି ନବରାତ୍ରୀ। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ଆଶା କରୁଛି ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଶାନ୍ତି, ଶକ୍ତି, ଉତ୍ତମ ସ୍ବାସ୍ଥ୍ୟ ଓ ଏବଂ ସମୃଦ୍ଧତା ଆଣିବ।

ଆଗାମୀ ଦିନଗୁଡ଼ିକରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜାରେ ନିଜକୁ ଉତ୍ସର୍ଗ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ନବରାତ୍ରୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଟ୍ବିଟରେ ଦେବୀ ଶୈଳପୁତ୍ରୀଙ୍କ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦେଶବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି।