ଷ୍ଟାଚୁ ଅଫ୍ ୟୁନିଟକୁ ସଂଯୋଗ ପାଇଁ ୮ଟି ଟ୍ରେନକୁ ସବୁଜ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: କେବାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟକୁ ସଂଯୋଗ କରୁଥିବା ବିଭିନ୍ନ ସହରର ୮ଟି ଟ୍ରେନକୁ ସବୁଜ ପତାକା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଭିଡିଓ କନଫରେନ୍ସିଂ (ଭିସି) ଜରିଆରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଭିସି ଜରିଆରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଉପସ୍ଥିତ ଥିଲେ।

ଉଦଘାଟିତ ହୋଇଥିବା ଟ୍ରେନ ଗୁଡ଼ିକରେ କେବାଡ଼ିଆ-ବାରଣାସି ମହାମାନା ଏକ୍ସପ୍ରେସ (୦୯୧୦୩/୦୪) ସାପ୍ତାହିକ, ଦାଦରା-କେବାଡିଆ ଏକ୍ସପ୍ରେସ (୦୨୯୨୭/୨୮) ଦୈନିକ, ଅହମ୍ମଦାବାଦ-କେବାଡିଆ ଜନଶତାବ୍ଦୀ ଏକ୍ସପ୍ରେସ୍ (୦୯୨୪୭/୪୮) ଦୈନିକ, ନିଜାମୁଦିନ-କେବାଡ଼ିଆ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ (୦୯୧୪୫/୪୬) ସାପ୍ତାହିକ, କେବାଡ଼ିଆ-ରେୱା ଏକ୍ସପ୍ରେସ୍ (୦୯୧୦୫/୦୬) ସାପ୍ତାହିକ, ଚେନ୍ନାଇ-କେବାଡ଼ିଆ ଏକ୍ସପ୍ରେସ୍ (୦୯୧୧୯/୨୦) ସାପ୍ତାହିକ, ପ୍ରତାପନଗର-କେବାଡ଼ିଆ ମେମୁ ଟ୍ରେନ (୦୯୧୦୭/୦୮) ଦୈନିକ ଓ କେବାଡ଼ିଆ-ପ୍ରତାପନଗର ମେମୁ ଟ୍ରେନ (୦୯୧୦୯/୧୦) ଦୈନିକ ରହିଛି।

ରେଳ ମନ୍ତ୍ରାଳୟର ସୂଚନା ଅନୁସାରେ ଅହମ୍ମଦାବାଦ-କେବାଡ଼ିଆ ଜନଶତାବ୍ଦୀ ଏକ୍ସପ୍ରେସରେ ନୂତନ ପଦ୍ଧତିର ‘ଭିସ୍ଟା ଡୋମ୍ ଟୁରିଷ୍ଟ କୋଚ୍’ ରହିଛି। ସେହିପରି କେଭାଡିଆ ରେଳ ଷ୍ଟେସନ ଗ୍ରୀନ ବିଲ୍ଡିଂ ସାର୍ଟିଫିକେସନ ପାଇବାରେ ଭାରତର ପ୍ରଥମ।

ଏହି କେବାଡ଼ିଆ ରେଳ ଷ୍ଟେସନଟି ଗୁଜୁରାଟର ନର୍ମଦା ଜିଲ୍ଲାର ଷ୍ଟାଚ୍ୟୁ ଅଫ୍ ୟୁନିଟ ନିକଟରେ ରହିଛି।