ନୂଆଦିଲ୍ଲୀ,ଏଜେନ୍ସି: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍ କଳାକାରମାନଙ୍କୁ ଭେଟିଛନ୍ତି। ସରକାରୀ ବାସଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳଚ୍ଚିତ୍ର ଓ ଦୂରଦର୍ଶନ ଜଗତର କେତେକ ଲୋକ ଗାନ୍ଧୀଙ୍କ ଆଦର୍ଶକୁ ଜନପ୍ରିୟ କରାଇବା ଉପରେ ଅନେକ ଉତ୍ତମ କାର୍ୟ୍ୟ କରିଛନ୍ତି ବୋଲି କହିଥିଲେ ।
ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପରେ ୪ଟି ସାଂସ୍କୃତିକ ଭିଡିଓ ରିଲିଜ୍ କରିଥିଲେ। ମହାତ୍ମା ଗାନ୍ଧୀଙ୍କୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ କହିଲେ, ସୃଜନଶୀଳତାର ଶକ୍ତି ଅମାପ ହୋଇଥିବାରୁ ଦେଶ ପାଇଁ ଏହାର ଉତ୍ସାହକୁ ନିୟନ୍ତ୍ରଣରେ ରଖିବା ଅତ୍ୟାବଶ୍ୟକ।
