ଜାରୀ ହେଲା ପିଏମ କିସାନ ଯୋଜନାର ୧୫ତମ କିସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୧୫ତମ କିସ୍ତି ଜାରୀ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୮ କୋଟି ଟଙ୍କାର କିସ୍ତି ଜାରୀ କରିଛନ୍ତି । ଫଳରେ ସମସ୍ତ ପଞ୍ଜିକୃତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ ହଜାର ଲାଗୁ ହେବ ।

ଏହାପୂର୍ବରୁ ଜୁଲାଇ ୨୭ରେ ୧୪ତମ କିସ୍ତି ଅନୁସାରେ ୧୭ ହଜାର କୋଟି ଟଙ୍କା ଜାରୀ ହୋଇଥିଲା । ପିଏମ କିସାନ ଯୋଜନା ୨୦୧୮ ଡିସେମ୍ବର ୧ରେ ଲାଗୁ ହୋଇଥିଲା । ଏହି ଯୋଜନା ଅନ୍ତର୍ଗତ ସମସ୍ତ ଭୂମିଧାରୀ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବାର୍ଷିକ ୬ ହଜାର ଟଙ୍କା ଡିପୋଜିଟ କରାଯାଇଥାଏ ।ଏହି ରାଶି ୪ ମାସ ଅନ୍ତରରେ ୩ଟି କିସ୍ତିରେ ଦିଆଯାଇଥାଏ ।