Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅକ୍ଟୋବର ୨ରୁ ଟ୍ରେନ ଓ ଷ୍ଟେସନରେ ପ୍ଲାଷ୍ଟିକ ମନା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅକ୍ଟୋବର ୨ରୁ ଟ୍ରେନ ଓ ଷ୍ଟେସନରେ ପ୍ଲାଷ୍ଟିକ ମନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ଲାଷ୍ଟିକ ବ୍ୟବହାରର ପ୍ରଦୂଷଣ ଓ ଏହାର କ୍ଷତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏହାର ପରିସୀମା ତଥା ଟ୍ରେନ, ରେଳ ଷ୍ଟେସନ, ଆବାସିକ ଅଞ୍ଚଳ ଓ କାର୍ୟ୍ୟାଳୟ ମାନଙ୍କ ମଧ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରାଇବାକୁ ଅନେକ ପଦକ୍ଷେପ ହାତକୁ ନେଇଛି।

ବୁଧବାର ରେଳପଥର ମୁଖ୍ୟାଳୟ ରେଳସଦନଠାରେ ଆୟୋଜିତ କାର୍ୟ୍ୟକ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଏବଂ ପରିବେଶ ପ୍ରତି ଏହାର ଅପକାରିତା ସମ୍ବନ୍ଧରେ ଅନ୍ୟମାନଙ୍କୁ ସଚେତନ କରାଇବାପାଇଁ ଶପଥପାଠ କରାଇଥିଲେ।

ରେଳସଦନକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ମହାପ୍ରବନ୍ଧକଙ୍କ ନେତୃତ୍ୱରେ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ଶ୍ରମଦାନ କାର୍ୟ୍ୟକ୍ରମରେ ଭାଗନେଇ ଅଳିଆ ପ୍ଲାଷ୍ଟିକକୁ ସଫା କରିଥିଲେ । ଚଳିତ ବର୍ଷ ଅକ୍ଟୋବର ମାସ ୨ ତାରିଖ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ଯଥା ପ୍ଲାଷ୍ଟିକ ବ୍ୟାଗ, କପ, ପ୍ଲେଟ, ଛୋଟ ବୋତଲ, ପ୍ଲାଷ୍ଟିକ ଷ୍ଟ୍ର ଏବଂ କେତେକ ଜରି ପୁଡିଆ (ପାଉଚ)କୁ ଦେଶବ୍ୟାପୀ ନିଷେଧ କରିବାକୁ ପଦକ୍ଷେପ ନିଆଯାଇଛି।

ପ୍ଲାଷ୍ଟିକ ବ୍ୟାଗ ପରିବେଶ ପ୍ରତି ନକାରତ୍ମକ ପ୍ରଭାବ ପକାଇଥାଏ। ଯେହେତୁ ପ୍ଲାଷ୍ଟିକ ବ୍ୟାଗ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ ଉପକରଣ ଆଦୌ ଅବକ୍ଷୟ ହୁଏ ନାହିଁ କିମ୍ବା ଏହା ସହଜରେ ପୁନଃଚକ୍ରଣ ହୁଏନାହିଁ ଏଥିପାଇଁ ପରିବେଶ ପ୍ରତି ଏହାର ପ୍ରଭାବ ମାରାତ୍ମକ ଅଟେ ଓ ଏଥିପାଇଁ ପୂର୍ବତଟ ରେଳପଥ ଏହାର ଭେଣ୍ଡରମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର କର୍ମଚାରୀମାନଙ୍କୁ ମଧ୍ୟ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କହିଛି।

ରେଳବାଇ ପରିସରକୁ ସବୁଜ ପରିବେଶ କରିବାକୁ ସଂକଳ୍ପ ନେଇ ଭାରତୀୟ ରେଳବାଇ ବିଭିନ୍ନ ପଦକ୍ଷେପ ହାତକୁ ନେଇ ପରିବେଶ ପ୍ରତି ପ୍ରଦୂଷଣର କୁପ୍ରଭାବକୁ ହ୍ରାସ କରିବାକୁ ପ୍ରୟାସ ଜାରିରଖିଛି। ଏଗୁଡିକ ହେଲା ସୌରାଚାଳିତ ଓ ଵାୟୁଚାଳିତ ଶକ୍ତି ଉତ୍ପାଦନ କରି ରେଳାବାଇରେ ବ୍ୟବହାର କରିବା, ଯାତ୍ରୀବାହୀ ଟ୍ରେନ ଗୁଡିକରେ ବାୟୋ-ଟଏଲେଟ ପ୍ରଚଳନ କରାଇବା, ରେଳପଥକୁ ଇଲେକ୍ଟ୍ରିଫିକେସନ କରିବା, ଏଲଇଡ଼ି ଲାଇଟ ବ୍ୟବହାର କରିବା, ରେଳଧାରଣା କଡରେ ବୃକ୍ଷରୋପଣ କରିବା, ବ୍ୟବହୃତ ପାଣିକୁ ପୁନଃ ବ୍ୟବହାର କରିବା ପାଇଁ ଉପଯୋଗ କରାଇବା, ବର୍ଷା ଜଳ ସଂରକ୍ଷଣ କରିବା ଇତ୍ୟାଦି। ଏହା ବ୍ୟତୀତ, ପ୍ଲାଷ୍ଟିକ ବୋତଲ ଯୋଗୁଁ ପରିବେଶ ପ୍ରଭାବିତକୁ ଏଡ଼ାଇବାପାଇଁ ରେଳଷ୍ଟେସନ ମାନଙ୍କରେ ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନ ବନ୍ଦୋବସ୍ତ କରାଯାଉଛି।

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଷ୍ଟେସନମାନଙ୍କରେ ଏବେ ସୁଦ୍ଧା ୧୬ଟି ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନ ସ୍ଥାପନ କରିଛି। ବିଶାଖାପାଟଣା ରେଳ ଷ୍ଟେସନ ଠାରେ ୬ଟି ଉପଲବ୍ଧ କରାଯାଇଥିବାବେଳେ ଭୁବନେଶ୍ୱର ଠାରେ ୨ଟି, ପୁରୀ ଠାରେ ୨ଟି, ସମ୍ବଲପୁର ଠାରେ ଗୋଟିଏ, କଟକ ଠାରେ ୪ଟି ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ଗୋଟିଏ ଉପଲବ୍ଧ କରାଯାଇଛି ।