ନିର୍ବାଚନର ୩ ଦିନ ପୂର୍ବରୁ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ। ଏନେଇ ଆପୋଲୋ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଜେ ପି ପରିଜା ସୂଚନା ପ୍ରଦାନ କରିଛନ୍ତି। ଅଜିତ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ବାଇକ ରାଲି ବେଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆସନ୍ତା ୧୭ରେ ପିପିଲି ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ହୋଇଥାନ୍ତା। ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁ ନିର୍ବାଚନ ବନ୍ଦ ହୋଇପାରେ। ଏନେଇ ନିର୍ବାଚନ କମିଶନର ଘୋଷଣା କରିପାରନ୍ତି।