ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଛି । ଯୁକ୍ତ ୨ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ରହିଥିବାବେଳେ ବାଣିଜ୍ୟରେ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି । ବିଜ୍ଞାନରେ ୯୬.୪୧ ପ୍ରତିଶତ ରେଜଲ୍ଟ ସହ ନୟାଗଡ଼ ସର୍ବାଗ୍ରେ ରହିଥିବାବେଳେ ଗଜପତି ୬୧.୫୫ ପ୍ରତିଶତ ସହ ସର୍ବନିମ୍ନରେ ରହିଛି । ସେହିପରି ବାଣିଜ୍ୟରେ ୯୩.୯ ପ୍ରତିଶତ ରେଜଲ୍ଟ ସହ ନୟାଗଡ଼ ସର୍ବାଗ୍ରେ ରହିଥିବାବେଳେ ୫୫.୫୫ ପ୍ରତିଶତ ସହ ବୌଦ୍ଧ ସର୍ବନିମ୍ନରେ ରହିଛି । ଅର୍ଥାତ୍ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ନୟାଗଡ଼ ଭଲ ରେଜଲ୍ଟ କରିଛି ।
ସୂଚନାଯୋଗ୍ୟ, ରେଜଲ୍ଟ ଆଜି ପୂର୍ବାହ୍ନ ୧୧ଟାରେ ବାହାରିବାର ଥିଲା । କିନ୍ତୁ ସର୍ଭର ଡାଉନ ଯୋଗୁ ପାଖାପାଖି ୨ ଘଣ୍ଟା ପରେ ପିଲାମାନେ ରେଜଲ୍ଟ ଦେଖିଛନ୍ତି ।