୩ ଦିବ୍ୟାଙ୍ଗ ଆଶ୍ରୟସ୍ଥଳକୁ ୩୩ କୋଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଦିବ୍ୟାଙ୍ଗ ଆଶ୍ରୟସ୍ଥଳ ପରିଦର୍ଶନ ପରେ ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସହାୟତା ମଞ୍ଜୁର କରାଯାଇଛି। ଭଦ୍ରକ, ପୁରୀ ଓ ଅନୁଗୁଳ ଜିଲ୍ଲାର ୩ଟି ଆଶ୍ରୟସ୍ଥଳରେ ରହୁଥିବା ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ସେବା ଯୋଗାଇଦେଉଥିବା ଏନଜିଓକୁ ବିଭାଗ ପକ୍ଷରୁ ଦ୍ୱିତୀୟ କିସ୍ତି ଭାବେ ୩୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏନେଇ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।
ମଞ୍ଜୁର ହୋଇଥିବା ଅର୍ଥଅନ୍ୟ କୌଣସି କ୍ଷେତ୍ରରେ ଖର୍ଚ୍ଚ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହି ଅର୍ଥକୁ ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ ସୁଦ୍ଧା ଖର୍ଚ୍ଚ କରିବା ପାଇଁ କୁହାଯାଇଛି। ଏହି ଟଙ୍କା କେଉଁଠି ଖର୍ଚ୍ଚ କରାଯାଉଛି, ତାହାର ସବିଶେଷ ବିବରଣୀ ଅଡିଟ୍ ସମୟରେ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି।

ତେବେ ବିଭାଗୀୟ ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାରେ ଥିବା ଏକ ଏନଜିଓ ପାଇଁ ୨୨ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଏହାଦ୍ୱାରା ୧୦୫ ଜଣ ଅନ୍ତେବାସୀ ଉପକୃତ ହେବେ। ସେହିପରି ପୁରୀ ଜିଲ୍ଲାରେ ଥିବା ଏକ ଏନଜିଓ ପାଇଁ ୪ ଲକ୍ଷ ୪୦ ହଜାର ଓ ଅନୁଗୁଳ ଜିଲ୍ଲାର ଏକ ଏନଜିଓ ପାଇଁ ୩ ଲକ୍ଷ ୨୪ ହଜାର ଟଙ୍କା ମଞ୍ଜୁର କରାଯାଇଛି।