କଲେଜ ଜମି ସମସ୍ୟାର ସ୍ଥାୟୀ ସମାଧାନ ପ୍ରକ୍ରିୟା

  • ଭୁବନେଶ୍ୱର: ରାଜ୍ୟରେ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଜମିଜମା ସମସ୍ୟା ପ୍ରସଙ୍ଗ। ଜମିଜମା ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର। ଗତ ୯ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ଜମିଜମା ସମସ୍ୟା ଥିବା କଲେଜଗୁଡ଼ିକର ତାଲିକା ପ୍ରସ୍ତୁତ କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୫ ଦିନ ଭିତରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ରାଜସ୍ୱ ବିଭାଗକୁ ତାଲିକା ଦେବେ। କ୍ୟାବିନେଟରେ ସ୍ୱତନ୍ତ୍ର ପଲିସି ପାଇଁ ରାଜସ୍ୱ ବିଭାଗକୁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।