ବକ୍ସ ଅଫିସରେ ଧମାଲ କରୁଛି ପଠାନ, ଦୁଇ ଦିନରେ ୧୦୬ କୋଟି ଆୟ

ମୁମ୍ବାଇ,ଏଜେନ୍ସି: ବକ୍ସ ଅଫିସରେ ଧମାଲ କରୁଛି କିଙ୍ଗଖାନଙ୍କ ପଠାନ । ବହୁ ବାଦବିବାଦ, ବୟକଟ ଟ୍ରେଣ୍ଡ ସତ୍ତ୍ବେ ସବୁଠି ଦେଖିବାକୁ ମିଳୁଛି ପଠାନ କ୍ରେଜ୍ । ଶାହରୁଖ ଖାନ, ଦୀପିକା ପାଦୁକୋନ ଓ ଜନ ଆବ୍ରାହିମଙ୍କ ଅଭିନୀତ ପଠାନ ଫିଲ୍ମ ମାତ୍ର ଦୁଇ ଦିନରେ ୧୦୦ କୋଟିରୁ ଅଧିକ ଆୟ କରିଛି । ଜାନୁଆରୀ ୨୫ରେ ଫିଲ୍ମ ରିଲିଜ ହୋଇଥିବାବେଳେ ଦୁଇ ଦିନରେ ଏହା କେଜିଏଫ ୨, ବାହୁବଳୀ ଭଳି ବଡ ବଡ ଫିଲ୍ମର ରେକର୍ଡ ଭାଙ୍ଗିଛି ।

ବକ୍ସ ଅଫିସରେ ଧମାଲ କରୁଛି ପଠାନପଠାନ ଓପନିଂ ଡେ’ରେ ବକ୍ସ ଅଫିସରେ ସବୁଠୁ ଅଧିକ ଆୟ ଅର୍ଜନକାରୀ ଭାରତୀୟ ସିନେମା ତାଲିକାରେ ଷଷ୍ଠ ସ୍ଥାନରେ ପହଞ୍ଚିଛି । ପଠାନ ପୂର୍ବରୁ ଗତବର୍ଷ ମାର୍ଚ୍ଚ ୨୫ରେ ରିଲିଜ ହୋଇଥିବା ସାଉଥ ଫିଲ୍ମ RRR ୨୨୩ କୋଟି, ବାହୁବଳୀ-2 ୨୧୩ କୋଟି, KGF-2 ୧୬୫ କୋଟି, ସାହୁ ୧୨୫ କୋଟି, ରୋବୋଟ-2 ୧୦୬.୭୫ କୋଟି ଟଙ୍କା ଆୟ କରିଥିଲା । KGF-2 ଦୁଇ ଦିନରେ ୧୦୦ କୋଟି ଟଙ୍କା ଆୟ କରିଥିବାବେଳେ ବାହୁବଳୀର ଆୟ ୮୧.୫ କୋଟି ରହିଥିଲା । ହେଲେ ରିଲିଜର ମାତ୍ର ଦୁଇ ଦିନରେ ପଠାନ ବକ୍ସ ଅଫିସରେ ୧୦୬ କୋଟି ଟଙ୍କା ରୋଜଗାର କରିଛି ।