ଶିକ୍ଷକଙ୍କ ଅକାଳ ବିୟୋଗ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଶ୍ୟାମସୁନ୍ଦରପୁର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଡେଣୁଆଁ ଗ୍ରାମର ଦାଶରଥି ମହାନ୍ତ(୫୦)ଙ୍କ ଅକାଳ ବିୟୋଗ ହୋଇଛି। ବୁଧବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗ ରେ ପାଟଣା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ କମଳାକାନ୍ତ ପତି, ପ୍ରମୋଦ କୁମାର ମହାନ୍ତ ଭବାନୀଶଙ୍କର ମହାନ୍ତ,,ସନ୍ତୋଷ ନାଏକ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।