ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ୧୦୦କୁ ଫୋନ୍ କଲେ ମିଳିପାରିବ ଅନୁମତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଏଣିକି ବାହାଘାର କିମ୍ବା ଅନ୍ତ୍ୟେଷ୍ଟି ପାଇଁ ଅନୁମତି ଆଣିବାକୁ ଆଉ ଥାନାକୁ ଯିବକୁ ପଡ଼ିବ ନାହିଁ। ଘରେ ବସି ଥାନାରୁ ଆଣିହେବ ଅନୁମତି। ଏନେଇ ୧୦୦ କିମ୍ବା ହ୍ୱାଟ୍ସଆପ ନମ୍ବର ୮୧୪୪୨୦୭୧୦୦କୁ ଫୋନ୍ କଲେ ମିଳିବ ଅନୁମତି। ହ୍ୱାଟ୍ସଆପ ମାଧ୍ୟମରେ ଆବେଦନକାରୀଙ୍କ ନିକଟକୁ ଏକ ଫର୍ମାଟ ଆସିବ। ଏହି ଫର୍ମାଟକୁ ପୂରଣ କରି ଆବେଦନକାରୀ ପୁଲିସ ନିକଟକୁ ପଠାଇଲେ ଅନୁମିତି ମିଳିପାରିବ। ଲକଡାଉନ ଲାଗି ରାଜଧାନୀ ବାସୀଙ୍କ ପାଇଁ ଏହି ସୁବିଧା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କ ଦାଶ ସୂଚନା ଦେଇଛନ୍ତି।