ପାଟନା,ଏଜେନ୍ସି: ସଦ୍ୟ ସମାପ୍ତ ବିହାର ବିଧାନସଭା ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ କରିଥିବା ଲୋକ ଜନଶକ୍ତି ପାର୍ଟି(ଏଲଜେପି) ସଭାପତି ଚିରାଗ ପାଶୱାନଙ୍କୁ ଟାର୍ଗେଟ୍ କରିଛନ୍ତି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାନଝି। ନିଜ ଢାଲକୁ ନଷ୍ଟ କରିବା ପରିଣାମ ଭୋଗିଛି ଏଲଜେପି। ଚିରାଗ ସାହେବ ନିଜ ଢାଲକୁ ନିଜେ ନଷ୍ଟ କରିଛନ୍ତି। ଢାଲ ନଷ୍ଟ ହୋଇଯାଇଛି ଏବଂ ଢାଲ ସହ ଚିରାଗ ମଧ୍ୟ ସମଦଶା ଭୋଗିଛନ୍ତି। ନିଜ ‘ଚିରାଗ’ରେ ସେ ଭସ୍ମ ହୋଇ ଯାଇଛନ୍ତି ବୋଲି ମାନଝି କହିଛନ୍ତି।