ଏପ୍ରିଲ ପହିଲାରେ ‘ପରିକ୍ଷା ପେ ଚର୍ଚ୍ଚା’

ନୂଆଦିଲ୍ଲୀ: ‘ପରିକ୍ଷା ପେ ଚର୍ଚ୍ଚା’ ୨୦୨୨ର ତାରିଖ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧ ତାରିଖରେ ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ । ପରିକ୍ଷା ସମୟରେ ଛାତ୍ରଛାତ୍ରୀ କିପରି ଚିନ୍ତାମୁକ୍ତ ଓ ଶାନ୍ତ ରହିବେ ସେନେଇ ମୋଦୀ ଆଲୋଚନା କରିବେ ବୋଲି ଶିକ୍ଷା ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ୨୦୧୮ରୁ ଆରମ୍ଭ ହୋଇଛି । ଗତ ବର୍ଷ ଏପ୍ରିଲ ୭ ସଂଧ୍ୟା ୭ଟାରେ କାର୍ଯ୍ୟକ୍ରମ ହୋଇଥିଲା । ସାଧାରଣତଃ ଏହି ଆଲୋଚନା ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସୀମିତ ରହିଥାଏ । କିନ୍ତୁ ଚଳିତ ବର୍ଷ ଅଭିଭାବକ ଓ ଶିକ୍ଷକ ମଧ୍ୟ ଏଥିରେ ସାମିଲ ହେବେ ।