ଲାହୋର,ଏଜେନ୍ସି: ପାକିସ୍ତାନରେ ରବିବାର ରାଜନୈତିକ ପରିବେଶ ଗରମ ରହିଛି। ରାଜଧାନୀ ଇସଲାମାବାଦ୍ ବ୍ୟତୀତ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ରାଜନୈତିକ ନାଟକ ଦେଖିବାକୁ ମିଳିଛି। ପଂଜାବ ରାଜ୍ୟର ବିଧାନସଭାରେ ରବିବାର ମହିଳା ବିଧାୟକଙ୍କ ମଧ୍ୟରେ ଲଢ଼େଇ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨ ମହିଳା ବିଧାୟକ କଥାକଟାକଟି ହେଉଛନ୍ତି।
ସୂଚନାଯୋଗ୍ୟ, ପଂଜାବ ହେଉଛି ପାକିସ୍ତାନର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରାଜ୍ୟ। ରବିବାର ଇସଲାମାବାଦରେ ପାକିସ୍ତାନର ସଂସଦୀୟ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଇମ୍ରାନ ଖାନର ପଂଜାବର ଗଭର୍ଣ୍ଣର ଚୌଧୁରୀ ସରୱରଙ୍କୁ ବହିଷ୍କାର କରିଦେଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉସ୍ମାନ ବୁଜଦାର ଇସ୍ତଫା ଦେଇଥିଲେ।
ରବିବାର ପଂଜାବ ବିଧାନସଭାର ଅଧିବେଶନର ଅଧିବେଶନର ନୂଆ ନେତା ଓ ମୁଖ୍ୟମନ୍ତ୍ରୀର ନିର୍ବାଚନ ପାଇଁ ଡକାଯାଇଥିଲା। କିନ୍ତୁ ନ୍ୟାଶନାଲ ଆସେମ୍ବଲି ଭଳି ପଂଜାବ ବିଧାନସଭାରେ ବିନା ଭୋଟିଂରେ ଏପ୍ରିଲ ୬ ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଥିଲା। ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଧାୟକମାନେ ହଙ୍ଗାମା କରିଥିଲେ। ଏଥିରେ ମହିଳା ବିଧାୟକ ମଧ୍ୟ ସାମିଲ ଥିଲେ।
ଏହି ଭିଡିଓରେ କ୍ଷତତାସୀନ ଓ ବିରୋଧୀ ଦଳର ବିଧାୟକ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଜଣେ ଅନ୍ୟକୁ ଧକ୍କା ଓ ମୁଥ ମାରୁଛନ୍ତି। ଗୃହରେ ହଙ୍ଗାମା ହେବାରୁ ଅନ୍ୟ ବିଧାୟକମାନେ ଚିତ୍କାର କରୁଛନ୍ତି। ରିପୋର୍ଟ ଅନୁସାରେ ପିଟିଆଇ ସମର୍ଥିତ ଚୌଧୁରୀ ପରଭେଜ ଇଲାହୀ ଓ ପିଏମଏଲ-ଏନର ହମଜା ଶହବାଜଙ୍କ ସହିତ ରାଜ୍ୟର ବିଧାନସଭାକୁ ଗୃହରେ ନୂଆ ନେତା ନିର୍ବାଚିତ କରିବାର ଥିଲା। ଏଥି ପାଇଁ ହଙ୍ଗାମା ହୋଇଛି। ଏହାରି ମଧ୍ୟରେ ପିଟିଆଇର ପୂର୍ବତନ ସୂଚନା ସଚିବ ଉମର ସରଫରାଜ ଚୀମାଙ୍କୁ ନୂଆ ଗଭର୍ଣ୍ଣର କରାଯାଇଛି।