ଇସଲାମାବାଦ୍,ଏଜେନ୍ସି: ପାକିସ୍ତାନରେ କ୍ଷମତାସୀନ ମେଣ୍ଟର ଏକ ମୁଖ୍ୟ ସହଯୋଗୀ ଦଳ ଏମ୍କ୍ୟୁଏମ୍-ପି ବିରୋଧୀ ଦଳକୁ ଯାଇ ଭେଟିଛନ୍ତି। ଏହି ଭଳି ଭାବରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ଇମ୍ରାନ ଖାନ ବହୁମତ ହରାଇଛନ୍ତି। ଏମକ୍ୟୁଏମ-ପି ପାଖରେ ୭ଜଣ ସାଂସଦ ଅଛନ୍ତି।
ପାକିସ୍ତାନ ତହରିକ-ଏ ଇନସାଫ (ପିଟିଆଇ)ର ନେତୃତ୍ବରେ ଗଠିତ ମେଣ୍ଟ ସରକାରର ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଦଳ ମୁତ୍ତହିଦା କୌମୀ ମୁଭମେଣ୍ଟ-ପାକିସ୍ତାନ (ଏମକ୍ୟୁଏମ-ପି) ଇସଲାମାବାଦରେ ପ୍ରେସ କନଫରେ କରି ଘୋଷଣା କରିଛନ୍ତି ଯେ ସେ ବିରୋଧୀ ଦଳରେ ସାମିଲ ହୋଇଛନ୍ତି। ଏମକ୍ୟୁଏମ୍ ପ୍ରମୁଖ ମକବୁଲ ସିଦ୍ଦିକୀ କହିଛନ୍ତି, ଆମେ ସହିଷ୍ଣୁତା ଓ ସୁସ୍ଥ ଗଣତନ୍ତ୍ରର ରାଜନୀତି ପାଇଁ ନୂଆ ଆରମ୍ଭ କରିବାକୁ ଚାହୁଁଛୁ।
ଜମିୟତ ଉଲେମା-ଇସଲାମ (ଜେୟୁଆଇ-ଏଫ୍)ର ପ୍ରମୁଖ ମୌଲାନା ଫଜଲୁର ରହମାନ ଦାବି କରିଛନ୍ତି ଯେ, ସଂସଦର ନିମ୍ନ ଗୃହ ନ୍ୟାସନାଲ ଆସେମ୍ବଲି ପାଖରେ ଏବେ ୧୭୫ ଜଣ ସାଂସଦ ଅଛନ୍ତି। ସେ ପୂର୍ବରୁ ମଧ୍ୟ ଘୋଷଣା କରିସାରିଛନ୍ତି ଯେ, ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏଲ୍ଏମଏ-ଏନ)ର ଅଧ୍ୟକ୍ଷ ଓ ବିରୋଧୀ ଦଳର ନେତା ଶହବାଜ ଶରୀଫଙ୍କୁ ଇମ୍ରାନ ଖାନଙ୍କୁ ହଟାଇବା ପରେ ପ୍ରଧାନମନ୍ତ୍ରୀ କରାଯିବ।