ନୂଆଦିଲ୍ଲୀ,ଏଜେନ୍ସି: ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବା (ଏଲ୍ଇଟି)ର ମୁଖ୍ୟ ହାଫିଜ୍ ସୟିଦକୁ ଜେଲ୍ ଦଣ୍ଡ। ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଏହି ରାୟ ଦେଇଛନ୍ତି। ହାଫିଜ୍ ସୟଦକୁ ୩୧ ବର୍ଷ ଜେଲଦଣ୍ଡ ସହ ୩ ଲକ୍ଷ ୪୦ ହଜାର ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି, ଲାହୋର ସ୍ଥିତ ଆତଙ୍କବାଦ ନିରୋଧୀ କୋର୍ଟ।
ତେବେ ଏନେଇ ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିବା ଜଣାପଡିଛି। ସେହିପରି ଭାରତର ବିଭିନ୍ନ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଯୁବକଙ୍କୁ ଆତଙ୍କୀ ସଂଗଠନରେ ସାମିଲ, ସୀମାରେ ହିଂସା ଓ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟ କରିବାରେ ହାଫିଜ ସୟିଦ ହେଉଛି ମୁଖ୍ୟ ଅଭିଯୁକ୍ତ।
ଏଥିସହ ୨୦୦୮ ମୁମ୍ବାଇ ଆକ୍ରମଣର ହାଫିଜ୍ ସୟଦ ହେଉଛି ମାଷ୍ଟର ମାଇଣ୍ଡ। ଏହା ସହିତ ଭାରତରେ ହାଫିଜ୍ ସୟଦ୍ ନାଁରେ ଭାରତରେ ଏକାଧିକ ମାମଲା ରହିଛି। ଯୋଜନା ବଦ୍ଧ ଭାବେ ମୁମ୍ବାଇର ହୋଟେଲ ତାଜ, ଅବରାୟ ହୋଟେଲ ଓ ନରିମନ ହାଉସରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ୧୬୬ ଜଣ ନୀରିହ ଜନତା ପ୍ରାଣ ହରାଇଥିଲେ। ଏହାପରେ ଭାରତ ପକ୍ଷରୁ ହାଫିଜ ସୟିଦକୁ ଫେରାଇବାକୁ ନାନା ଚେଷ୍ଟା କାରଯାଇଥିଲା। ପାକିସ୍ତାନ ଏଥିରେ ଭାରତକୁ ସହଯୋଗ କରିନଥିଲା।
ହଫିଜ ସୟିଦର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଜାତିସଂଘ ଓ ଆମେରିକା ପକ୍ଷରୁ ତାକୁ ବିଶ୍ବ ପ୍ରମୁଖ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଥିଲା। ଏହାପରେ ହାଫିଜ ସୟିଦ ଉପରେ ୧୦ ମିଲିୟନ ଡଲାର ପୁରସ୍କାର ରାଶି ରଖାଯାଇଥିଲା। ଜାତିସଂଘ ପକ୍ଷରୁ ବାରମ୍ବାର ଚାପ ପଡ଼ିବା ପରେ ଗତବର୍ଷ ଜୁଲାଇ ମାସରେ ହାଫିଜ ସୟିଦକୁ ଗିରଫ କରାଯାଇଥିଲା। ଲାହୋରର କୋଟ ଲଖପତ ଜେଲରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହାଫିଜକୁ ରଖାଯାଇଥିଲା।