ନୂଆଦିଲ୍ଲୀ,ଏଜେନ୍ସି: ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟାମକ କର୍ତ୍ତୃପକ୍ଷ ଶୁକ୍ରବାର ଅନୁମୋଦନ କରିଛନ୍ତି। ଏହି ଅନୁମୋଦନ ବିଶ୍ୱର ଦ୍ୱିତୀୟ କୋଭିଡ୍ ପ୍ରଭାବିତ ଦେଶ ପାଇଁ ଆଶାର ମାର୍ଗ ଖୋଲିଛି। ଭାରତ ପୂର୍ବରୁ ଆର୍ଜେଣ୍ଟିନା ଏବଂ ବ୍ରିଟେନ୍ରେ ଟିକାର ତତ୍କାଳ ସାର୍ବଜନିକ ଉପଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଭାରତ ବର୍ତ୍ତମାନ ଜର୍ମାନର ବାୟୋଏନ୍ଟେକ୍, ଭାରତରେ ପ୍ରସ୍ତୁତ ଭାରତ ବାୟୋଟେକ୍ ସହ ଫାଇଜର ଟିକାର ଆପାତକାଳୀନ ଉପଯୋଗ ଉପରେ ମଧ୍ୟ ବିଚାର କରୁଛି। ସୂଚନାଯୋଗ୍ୟ, ୧୦ ମିଲିୟନରୁ ଊଦ୍ଧ୍ୱର୍ କୋଭିଡ୍ ଆକ୍ରାନ୍ତଙ୍କ ସହ ଭାରତ ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି।