ରାଜ୍ୟରେ ସୁସ୍ଥ ହେଲେ ଆଉ ୩,୩୨୬ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩,୩୨୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୮ଲକ୍ଷ ୯୪ହଜାର ୧୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୪୦, କଟକରୁ ୫୨୮, ଯାଜପୁରରୁ ୨୫୬, ବାଲେଶ୍ୱରରୁ ୨୨୦, ପୁରୀରୁ ୨୧୦, ଭଦ୍ରକରୁ ୧୫୭, ମୟୁରଭଞ୍ଜରୁ ୧୫୩, ଜଗତସିଂହପୁରରୁ ୧୫୨, ନୟାଗଡ଼ରୁ ୧୫୦, କେନ୍ଦ୍ରାପଡ଼ାରୁ ୧୩୦, କେଉଁଝରରୁ ୧୧୨, ଷ୍ଟେଟପୋଲରୁ ୧୦୦, ମାଲକାନଗିରିରୁ ୭୮ ଓ ଅନୁଗୁଳରୁ ୭୧ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୬୬, କୋରାପୁଟରୁ ୫୧, ଢେଙ୍କାନାଳରୁ ୪୬, ରାୟଗଡ଼ାରୁ ୪୧, ବୌଦ୍ଧ ଓ କନ୍ଧମାଳରୁ ୩୨ ଲେଖାଏଁ, ନବରଙ୍ଗପୁରରୁ ୩୧, ସମ୍ବଲପୁରରୁ ୨୮, ସୋନପୁରରୁ ୨୭, ବରଗଡ଼ରୁ ୨୬, ବଲାଙ୍ଗିର ଓ ଗଜପତିରୁ ୨୨ ଲେଖାଏଁ, କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୧୪, ଝାରସୁଗୁଡ଼ାରୁ ୯, ଦେଓଗଡ଼ ଓ ନୂଆପଡ଼ାରୁ ୩ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ରାଜ୍ୟରେ ବତ୍ତର୍ମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୨୪ହଜାର ୬୯୯ ହୋଇଥିବାବେଳେ ୮ଲକ୍ଷ ୯୪ହଜାର ୧୦୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪,୨୪୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୬ହଜାର ୨୯୪ଜଣ ଚିକିତ୍ସିତ ହେଉଛନ୍ତି।