ନୂଆଦିଲ୍ଲୀ,ଏଜେନ୍ସି: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଚାଲିଛି ଭାରତୀୟଙ୍କ ଉଦ୍ଧାର ଅପରେସନ। ପଡୋଶୀ ରାଷ୍ଟ୍ର ଦେଇ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅପରେସନ ଗଙ୍ଗା ଜରିଆରେ ଆଉ ୪୨୦ ଭାରତୀୟ ସ୍ବଦେଶ ଫେରିଛନ୍ତି। ବାୟୁସେନାର ଦୁଇଟି ସି-୧୭ ବିମାନ ରୋମାନିଆ ରାଜଧାନୀ ବୁକାରେଷ୍ଟ ଏବଂ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରୁ ୪୨୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ହିଣ୍ଡୋନ ଏୟାରବେସରେ ଅବତରଣ କରିଛି। ୟୁକ୍ରେନ ଫେରନ୍ତା ଯାତ୍ରୀଙ୍କୁ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟ ସ୍ବାଗତ କରିଛନ୍ତି।
-
#OperationGanga carries on.
18 flights coming in today. https://t.co/l8G6dRxHCT
— Dr. S. Jaishankar (@DrSJaishankar) March 3, 2022