ଭୁବନେଶ୍ୱର,ଏନ୍ଏନ୍ଏସ୍ : ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲ୍ଡିଂ ନିୟମ ଉଲ୍ଲଙ୍ଘନ କରିଥିବାରୁ ସିଲ୍ ହୋଇଥିଲା । କିନ୍ତୁ ଆଜିଠାରୁ ମାର୍କେଟ ବିଲ୍ଡିଂ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ମାର୍କେଟ ବିଲ୍ଡିଂରେ ଡେପୁଟି କମିସନର ପହଞ୍ଚି ବ୍ୟବସାୟୀଙ୍କ ସହ ଆଲୋଚନା କରିବା ପରେ ସର୍ତ୍ତମୂଳକ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିବା ସୂଚନା ରହିଛି । ସାମାଜିକ ଦୂରତାକୁ ବଜାୟ ରଖିବାକୁ ପ୍ରାଥମିକତା ଦିଆଯିବ । ସାମାଜିକ ଦୂରତା ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆଇନ ଯଦି ଅମାନ୍ୟ କରିବେ ତେବେ ପୁଣିଥରେ ମାର୍କେଟ ବିଲ୍ଡିଂକୁ ସିଲ୍ କରାଯିବ । ଏଥି ସହିତ ଟ୍ରେଡ ଲାଇସେନ୍ସ ମଧ୍ୟ କ୍ୟାନସେଲ କରାଯିବ ।