ଭୁବନେଶ୍ୱର,ଏନ୍ଏନ୍ଏସ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ବେଳେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯୁକ୍ତ-୨ ପରୀକ୍ଷା ସରିବା ପରେ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହେଉ। ଦ୍ୱିତୀୟରେ ଉପସାଗରୀୟ ଦେଶରେ ଅଟକ ଓଡ଼ିଆ ଲୋକଙ୍କୁ କେନ୍ଦ୍ର ଆଣିବା ବ୍ୟବସ୍ଥା କରୁ। ତୃତୀୟରେ ଟ୍ରେନ୍ ଓ ବିମାନ ସେବାରେ ପୂର୍ବଭଳି କଟକଣା ରହୁ ବୋଲି ଏହି ତିନୋଟି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନ୍ ମାସ ଓଡ଼ିଶା ପାଇଁ ସବୁଠାରୁ ଗୁରୁତ୍ୱପୂଣ୍ଣ ଥିବାରୁ ଲକଡାଉନ୍ କଟକଣା ବଳବତ୍ତର ରହୁ ବୋଲି ଜଣାଇଛନ୍ତି। ଦେଶର କରୋନା ସ୍ଥିତିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ।
ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟର କରୋନା ସ୍ଥିତି ସଂପର୍କରେ ଅବଗତ କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ସାଢ଼େ୫ ଲକ୍ଷ ପ୍ରବାସୀ ଆସିଛନ୍ତି। ଜୁନ ମାସରେ ମୌସୁମୀ ବର୍ଷା ଆରମ୍ଭ ହେଉଥିବା ବେଳେ ଅଧିକ ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରିଛନ୍ତି ତେଣୁ ବର୍ତ୍ତମାନ ପାଇଁ ଭାରତ ସରକାର ଓଡ଼ିଶାକୁ ରେଳ ଚଳାଚଳ ଓ ବିମାନ ସେବା ଉପରେ ପୂର୍ବଭଳି ପ୍ରତିବନ୍ଧକ ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।