Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅନଲାଇନରେ ଏନପିଏସ୍ ସେବା ପ୍ରଦାନ କଲା ଭାରତୀୟ ଡାକ ବିଭାଗ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅନଲାଇନରେ ଏନପିଏସ୍ ସେବା ପ୍ରଦାନ କଲା ଭାରତୀୟ ଡାକ ବିଭାଗ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଡାକ ବିଭାଗ ନିଜ ସେବାରେ ବ୍ୟାପକ ପରିବର୍ତ୍ତନ ଆଣିଛି । ଜାତୀୟ ପେନସନ ଯୋଜନା, ନାଗରିକ ମଡେଲ ଯୋଜନାକୁ ନିଜ ସେବାରେ ସାମିଲ କରିଛି ଡାକ ବିଭାଗ । ଭାରତ ସରକାରଙ୍କ ଏହି ସ୍ବେଚ୍ଛାକୃତ ପେନସନ ଯୋଜନା ୨୦୧୦ ପରଠାରୁ ଭୌତିକ ପ୍ରକ୍ରିୟା ପ୍ରଣାଳୀ ମାଧ୍ୟମରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ଦ୍ବାରା ଡାକଘର ଗୁଡିକ ମାଧ୍ୟମରେ ପରିଚାଳନା ହେଉଥିଲା।

ଡାକ ବିଭାଗ ଏବେ ଏନପିଏସ (ସମସ୍ତ ନାଗରିକ ମଡେଲ) ଅନଲାଇନ ସେବା ପ୍ରଦାନ କରୁଛି। ଯାହା ଗତକାଲି ଠାରୁ ଆରମ୍ଭ ହୋଇଛି । ୧୮-୭୦ ବର୍ଷ ବୟସ ବର୍ଗର ଯେକୌଣସି ଭାରତୀୟ ନାଗରିକ ଡାକ ବିଭାଗ (www.indiapost.gov.in)ର ଅଫିସିଆଲ ୱେବସାଇଟକୁ ଯାଇ ମେନୁ ହେଡ ‘ଜାତୀୟ ପେନସନ ପ୍ରଣାଳୀ- ଅନଲାଇନ ସେବା ’ ମାଧ୍ୟମରେ ଏହି ଅନଲାଇନ ସୁବିଧାର ଲାଭ ନେଇ ପାରିବେ ।

ଏନପିଏସ ଅନଲାଇନ ଅନ୍ତର୍ଗତ ନୂଆ ପଞ୍ଜିକରଣ, ପ୍ରାରମ୍ଭିକ/ପରବର୍ତ୍ତୀ ଯୋଗଦାନ ଓ ଏସଆଇପି ବିକଳ୍ପ ଭଳି ସୁବିଧାଗୁଡିକ ସର୍ବନିମ୍ନ ଶୁଳ୍କରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିଛି । ବିଭାଗର ଏନପିଏସ ସେବା ଶୁଳ୍ପ ସବୁଠାରୁ କମ ରହିଛି । ଅର୍ଥମନ୍ତ୍ରାଳୟ ବିଭିନ୍ନ ସମୟରେ କରୁଥିବା ଘୋଷଣା ଅନୁଯାୟୀ ଗ୍ରାହକ ୮୦ ସିସିଡି ଅନ୍ତର୍ଗତ ଏନପିଏସରେ ଟିକସ ଛାଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବ ।