ବର୍ଦ୍ଧିତ ପିଆଜ ଦରକୁ ନିୟନ୍ତ୍ରିତ କରିବା ପାଇଁ କେନ୍ଦ୍ରର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,ଏଜେନ୍ସି: ସାରା ରାଜ୍ୟରେ ପିଆଜ ଦର ହୁ ହୁ ହୋଇ  ବଢ଼ୁଥିବାବେଳେ ଏଥିରେ ରୋକ ଲଗାଇବା ପାଇଁ କେନ୍ଦ୍ରସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପିଆଜ ରପ୍ତାନି ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର। ତେବେ ଯେଉଁ ପର୍ଯ୍ୟନ୍ତ ପିଆଜ ଦର ରାଜ୍ୟ ତଥା ଦେଶରେ ସ୍ୱାଭାବିକ ହେଇ ନାହିଁ ସେ ପର୍ଯ୍ୟନ୍ତ କେହି ବିଦେଶକୁ ପିଆଜ ରପ୍ତାନି କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ପିଆଜ ସଂଶୋଧିତ ଆଇନରେ ମଧ୍ୟ ସଂଶୋଧନ କରାଯାଇଛି। କିଛିଦିନ ହେଲା ସାରା ରାଜ୍ୟ ତଥା ଦେଶରେ ପିଆଜ ଦର ବଢ଼ିଚାଲିଛି। ତେବେ ବର୍ତ୍ତମାନ ପିଆଜ ଦର ରାଜ୍ୟରେ ୭୦ଟଙ୍କାକୁ ଛୁଇଁଛି। ତେବେ ପିଆଜର ଏହି ବର୍ଦ୍ଧିତ ଦରକୁ କମ୍ କରିବା ପାଇଁଁ କେନ୍ଦ୍ର ସରକାର ଆଜି ଏହି ନିଷ୍ପତ୍ତି ନେଇଛନ୍ତି।