ଶ୍ରୀନଗର,ଏଜେନ୍ସି: କିଛି ଦିନରେ ବ୍ୟବଧାନ ପରେ ପୁଣି ସୀମାରେ ଗୁଳିବିନିମୟ ଆରମ୍ଭ ହୋଇଛି। ଜମ୍ମୁ କଶ୍ମୀର ବାରମୁଲ୍ଲା ଜିଲ୍ଲାରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାର ଜଣାପଡ଼ିଛି। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ମାଗାଜିନ ସହ ଏକ ଗ୍ରେନେଡ ଜବତ କରାଯାଇଛି। ଏନେଇ କଶ୍ମୀର ଜୋନ ପୁଲିସ ପକ୍ଷରୁ ସୂଚନା ମିଳିଛି। ନିପାତ ଆତଙ୍କବାଦୀ ଜଣକ ହେଉଛନ୍ତି ଜାଭେଦ ଆହା ଓ୍ବାନି। ସେ କୁଲଗାମ ଜିଲ୍ଲାର ବୋଲି ଜଣାପଡିଛି। ସେ ଅନ୍ୟ ଆତଙ୍କବାଦୀ ଗୁଲଜାର ସହ ଜଡିତ ଥିବା ନେଇ ପୁଲିସକୁ ସୂଚନା ମିଳିଛି।
ଏନେଇ କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ, ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀ ହାଇବ୍ରିଡ ସ୍ତରର। ସେ କୁଲଗାମ ଜିଲ୍ଲାର ଜାଭେଦ ଆହା ଓ୍ବାନି। ଅକ୍ଟୋବର ୨୦ରେ ବିହାରର ୱାନପୋହରେ ୨ ଜଣ ଶ୍ରମିକଙ୍କ ହତ୍ୟାକାଣ୍ତରେ ଜଡିତ ଥିଲା। ଏକ ଆତଙ୍କବାଦୀ ଦଳ ବାରାମୁଲାର ଚେରଦାରୀରେ ଥିବା ସେନାବାହିନୀର ଏରିଆ ଡୋମିନେସନ୍ ପାଟ୍ରୋଲିଂ (ଏଡିପି) ପାର୍ଟି ଓ ପୁଲିସ ଉପରେ ଗୁଳି ଚଳାଇଥିଲେ। ଯାହାର ଜବାବ ଦେଇଥିଲା ସୁରକ୍ଷାବାହିନୀ। ଯେଉଁଥିରେ ଜଣେ ଆତଙ୍କୀ ଟଳି ପଡିଥିଲା।