ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକ ଜଣକ ହେଉଛନ୍ତି ଗଞ୍ଜାମର ୫୦ ବର୍ଷୀୟ ପୁରୁଷ। କରୋନା ବ୍ୟତୀତ ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନି ଜନିତ ସମସ୍ୟା ରହିଥିଲା। ଏଥିସହିତ ଗଞ୍ଜାମରେ କରୋନାଜନିତ ମୃତ୍ୟୁସଂଖ୍ୟା ୬ରେ ପହଂଚିଛି।