ଭାକସିନର ଗୋଟିଏ ଡୋଜ ଲକ୍ଷଣଯୁକ୍ତ ରୋଗୀଙ୍କ ଉପରେ ପ୍ରଭାବଶାଳୀ ନୁହେଁ

  • ନୂଆଦିଲ୍ଲୀ: ଦେଶରେ କରୋନା ଭାକସିନର ପ୍ରଭାବକୁ ନେଇ ଆଉ ଏକ ଅଧ୍ୟୟନ ହୋଇଛି। ଏହି ଅଧ୍ୟୟନ ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲ କରିଛି। ଏହି ଷ୍ଟଡିରେ ସାମନାକୁ ଆସିଛି ଯେ, ଭାକସିନର ଗୋଟିଏ ଡୋଜ୍ ଲକ୍ଷଣଯୁକ୍ତ ରୋଗୀଙ୍କଠାରେ ପ୍ରଭାବଶାଳୀ ନୁହେଁ। ଉଭୟ ଡୋଜରେ ମୃତ୍ୟୁର ଆଶଙ୍କା ୯୭ ପ୍ରତିଶତ ଯାଏ ହ୍ରାସ ପାଇଥାଏ।
    ଗଙ୍ଗାରାମ ହସ୍ପିଟାଲରେ ଏହି ଅଧ୍ୟୟନ ଚଳିତ ବର୍ଷ ୧ ମାର୍ଚ୍ଚରୁ ୩୧ ମାର୍ଚ୍ଚ ମଧ୍ୟରେ କରାଯାଇଥିଲା। ଏହା ସେହି ସମୟ ଥିଲା ଯେବେ ଦିଲ୍ଲୀରେ ଡେଲଟା ଭାରିଏଣ୍ଟ ଆତଙ୍କ ଖେଳାଇଥିଲା। ଏହି ଅଧ୍ୟୟନ ହସ୍ପିଟାଲ କର୍ମଚାରୀଙ୍କ ଉପରେ ହିଁ କରାଯାଇଛି। ହସ୍ପିଟାଲ କହିଛି କି, ୩୦ ଏପ୍ରିଲ ସୁଦ୍ଧା ଏହାର ୪,୨୯୬ଜଣ କର୍ମଚାରୀଙ୍କ ମଧ୍ୟରୁ ୨,୭୧୬ଙ୍କୁ କୋଭିଶିଲ୍ଡର ଉଭୟ ଡୋଜ ଓ ୬୨୩ଜଣଙ୍କୁ ଗୋଟିଏ ଡୋଜ ଦିଆସରିଥିଲା। ୯୨୭ ଜଣ ଏମିତି ଥିଲେ ଯାହାଙ୍କୁ ଗୋଟିଏ ବି ଡୋଜ୍ ଦିଆଯାଇନଥିଲା।
    ହସ୍ପିଟାଲ କହିଥିଲା କି, ୫୬୦ଜଣ କର୍ମଚାରୀଙ୍କ ଆରଟିପିସିଆର ରିପୋର୍ଟ ପଜିଟିଭ ଆସିଥିଲା। ଏଥିରେ ୪୫୮ଜଣଙ୍କୁ ହାଲକା, ୫୭ଙ୍କୁ ମଧ୍ୟମ ଧରଣର ଏବଂ ୨୬ଙ୍କୁ ଗୁରୁତର ଲକ୍ଷଣ ଥିଲା। ୬ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଅଧ୍ୟୟନରୁ ଜଣାପଡ଼ିଲା ଯେ, ଭାକସିନର ଦୁଇଟି ଡୋଜ ମଧ୍ୟ ଲକ୍ଷଣ ଥିବା ରୋଗୀଙ୍କ ଉପରେ ପ୍ରଭାବଶାଳୀ ନୁହେଁ।