ନୂଆଦିଲ୍ଲୀ: ଅଦାନୀ ସମୂହର ଚେୟାରମ୍ୟାନ୍ ଗୌତମ ଅଦାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏଥିସହିତ ଦୁନିଆର ସବୁଠୁ ଧନୀ ତାଲିକାରେ ମଧ୍ୟ ନିଜ ନାଁକୁ ସାମିଲ କରିଛନ୍ତି । ଫୋର୍ବସ ରିୟଲ ଟାଇମ ବିଲିୟନେୟର ଇଣ୍ଡେକ୍ସ ଜାରି କରିଛି । ଏଥିରେ ଗୌତମ ଅଦାନୀଙ୍କ ସମ୍ପତ୍ତି ୯୦.୧ ଅରବ ଡଲାର ହୋଇଥିବାବେଳେ ମୁକେଶ ଅମ୍ବାନୀଙ୍କର ୮୯.୪ ବିଲିୟନ ଡଲାର ରହିଛି । ଅଦାନୀ କେବଳ ଅମ୍ବାନୀଙ୍କୁ ନୁହେଁ ମେଟାର ମାର୍କ ଜୁକରବର୍ଗଙ୍କୁ ମଧ୍ୟ ଅଦାନୀ ପଛରେ ପକାଇ ଦେଇଛନ୍ତି ।
ସେହିପରି ଏଲନ ମସ୍କ ଏବେ ବି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ଶୀର୍ଷରେ ରହିଛନ୍ତି । ତାଙ୍କ ନେଟୱର୍ଥ ୨୩୨.୩ ବିଲିୟନ ଡଲାର ରହିଛି ।