ଅନ୍ତର୍ଜାତୀୟ ମହିଳା ଦିବସରେ ମିଶନ ଶକ୍ତିକୁ ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛନ୍ତି। ବିଶ୍ୱ ମହିଳା ଦିବସରେ ନାରୀ ସଶକ୍ତୀକରଣ ଦିଗରେ ଓଡ଼ିଶା ଆଉ ପାଦେ ଆଗକୁ ଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମଗ୍ରୀକ ଉନ୍ନତି ପାଇଁ ଉତ୍ସର୍ଗୀକୃତ ଭାବେ କାମ କରିବା ଆବଶ୍ୟକ ବୋଲି କହିଛନ୍ତି ନବୀନ। ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ଏସଏଚଜି୍ଙ୍କ ପାଇଁ ମିଶନ ଶକ୍ତି ବିଭାଗ ସ୍ୱତନ୍ତ୍ର ଭାବେ କାମ କରିବ ବୋଲି କହିଛନ୍ତି ନବୀନ।

ମହିଳାଙ୍କ ବିକାଶ ପାଇଁ କାର୍ୟ୍ୟର ତଦାରଖ କରିବ ଏହି ବିଭାଗ। ପୂର୍ବରୁ ମହିଳା ଓ ଶିଶୁ ବିକାଶ ସହ ଜଡ଼ିତ ଥିଲା ମିଶନଶକ୍ତି। ତେବେ ଏହି ବିଭାଗରୁ ଅଲଗା କରାଯାଇ ମିଶକନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ ଘୋଷଣା କରିଛନ୍ତି ନବୀନ। ଖାଲି ନୂଆ ବିଭାଗ ନୁହେଁ, ଏହି ଅବସରରେ ମହିଳା ଓ ଶିଶୁଙ୍କ ପୋଷଣର ଉନ୍ନତି ପାଇଁ ସ୍ୱତନ୍ତ୍ର ପୋଷଣ ନୀତି ‘ସୋପାନ’ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ସଂଗ୍ରାମ, ଆତ୍ମ ବିଶ୍ୱାସ ଓ ସଫଳତାକୁ ପ୍ରଶଂସା କରିବା ସହ ରାଜ୍ୟ ସରକାର ସବୁବେଳେ ମା’ ମାନଙ୍କ ଅଧିକାର, ମା’ ମାନଙ୍କ ହକ୍ ଓ ମା’ ମାନଙ୍କ କଲ୍ୟାଣ ପାଇଁ କାମ କରୁଛି ଓ କରୁଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୭୦ଲକ୍ଷ ମହିଳାଙ୍କୁ ନେଇ ମିଶନ ଶକ୍ତି, ସାରା ଦେଶରେ ପରିଚିତ ଓ ପ୍ରଶଂସିତ। ମମତା କାର୍ଯ୍ୟକ୍ରମ, ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ ଯୋଗୁଁ ମହିଳାମାନଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି । ଗୃହିଣୀମାନେ ଏବେ ଧାନକିଣା ଠାରୁ ଆରମ୍ଭ ବିଜୁଳି କର ଆଦାୟ ପର୍ଯ୍ୟନ୍ତ, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଠାରୁ ଆରମ୍ଭ କରି ମାଛ ଚାଷ ପର୍ଯ୍ୟନ୍ତ, ଛତୁ ଚାଷ ଠାରୁ ଆରମ୍ଭ କରି ଜଳ ଯୋଗାଣ ପର୍ଯ୍ୟନ୍ତ, ସଫେଇ ଅଭିଯାନ ଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ବ୍ୟବସ୍ଥାରେ ସାମିଲ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ। ଅନ୍ତର୍ଜୀତୀୟ ମହିଳା ଦିବସର ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ସଂଗ୍ରାମ, ଆତ୍ମ ବିଶ୍ୱାସ ଓ ସଫଳତାକୁ ପ୍ରଶଂସା କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ଭାବେ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ କୁପୋଷଣ ଦୂର ପାଇଁ ସ୍ୱତନ୍ତ୍ର ପୁଷ୍ଟି ସାଧନ ନୀତି ‘ସୋପାନ’ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ୨୨ଟି ଜିଲ୍ଲାର ୧୨୫ଟି ପ୍ରକଳ୍ପ ମାଧ୍ୟମରେ ୬ବର୍ଷରୁ କମ୍ ଶିଶୁ, କିଶୋରୀ ବାଳିକା ଏବଂ ଗର୍ଭବତୀ ମହିଳା ଏହା ଦ୍ୱାରା ଉପକୃତ ହେବବେ। ଏଥରର ରାଜ୍ୟ ବଜେଟ ନ୍ୟୁଟ୍ରିସନ ବଜେଟ ଭାବେ ପ୍ରତିପାଦନ କରାଯାଇଥିବା ବେଳେ ଏହି ଯୋଜନା ପୋଷଣ କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଛନ୍ତି।