ଆଜିଠୁ ଓଜେଇଇ ୱେବ କାଉନସେଲିଂ ଆରମ୍ଭ

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଜେଇଇ ୱେବ କାଉନସେଲିଂ ଆଜି ଠାରୁ ଆରମ୍ଭ ହେବ ପ୍ରକ୍ରିୟା । ଏଲ୍‌ଇ-ଟେକ୍‌ (ଡିପ୍ଲୋମା), ଏଲ୍‌ଇ-ଟେକ୍‌ (ବି ଏସ ସି), ଏଲ୍‌ଇ-ଫାର୍ମା ଏବଂ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ପ୍ରୋଗ୍ରାମ୍ ପାଇଁ ଓଜେଇଇ ୱେବ୍ ଆଧାରିତ କାଉନସେଲିଂ ପ୍ରକ୍ରିୟା ଆଜି ଅର୍ଥାତ ୨୬ ଅଗଷ୍ଟରୁ ପଞ୍ଜୀକରଣ ଏବଂ ପସନ୍ଦ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ।

ପ୍ରାର୍ଥୀମାନଙ୍କୁ ଓଜେଇଇ ୱେବସାଇଟ (www.olee.nic.in/ www.odishajee.com) ପରିଦର୍ଶନ କରିବାକୁ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ପାଠ୍ୟକ୍ରମ ପାଇଁ ୱେବ୍ ଆଧାରିତ କାଉନସେଲିଂ ବିଜ୍ଞପ୍ତି ଠିକ ସମୟରେ ପ୍ରକାଶିତ ହେବ ।