ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷର ଓଜେଇଇ ରେଜଲ୍ଟ ପ୍ରକାଶ ପାଇଛି । ୪୮ ହଜାର ୮୧୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୪୮ହଜାର ୭୮୩ ଜଣଙ୍କୁ ରାଙ୍କ ମିଳିଛି । ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ନାୟକ, ସିଭିଲ ଇଞ୍ଜିନିୟରିଂରେ ସୁବାସ ପୃଷ୍ଟି ଓ ଇଲେକ୍ଟ୍ରିକାଲରେ ସତ୍ୟଜିତ ମହାନ୍ତି ଟପ୍ପର ହୋଇଛନ୍ତି । ସେହିପରି ମେକାନିକାଲରେ ସୁମିତ ପରିଡ଼ା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ବି-ଫାର୍ମରେ ସୌରଭ ପତି ଓ ଏମ୍ ଫାର୍ମରେ ରଶ୍ମିରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଥିବା ଜଣାପଡ଼ିଛି ।