ଓଡ଼ିଶା ଆସୁଛନ୍ତି ଶାହ ଓ ନଡ୍ଡା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗୃହମନ୍ତ୍ରୀ ଅମିତ ଶାହ ଜୁନ୍ ୧୭ ତାରିଖରେ ଓଡ଼ିଶା ଆସିବେ । ଶାହଙ୍କ ପରେ ୨୨ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବେ । ବିଜେପିର ମହାଜନ ସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୨ ନେତା ଓଡ଼ିଶା ଆସୁଛନ୍ତି । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।