୭୫% ଷ୍ଟାଫ୍‌ଙ୍କୁ ନେଇ ଚାଲିବ ଅଫିସ୍‌; ପ୍ରତି ଶନିବାର ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରଖି ଅଫିସ ମାନଙ୍କରେ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ଼ଲାଇନ ସ୍ଥିର କରିଛି ଜିଏ ବିଭାଗ। ନୂଆ ଗାଇଡ଼ଲାଇନ୍‌ ଅନୁସାରେ ସମସ୍ତ ବିଭାଗୀୟ ଅଫିସ ୭୫% କର୍ମଚାରୀଙ୍କୁ ନେଇ ଚାଲିବ। ତା ସହିତ ଜରୁରୀ ସେବା ପ୍ରଦାନକାରୀ ଅଫିସ୍ ପାଇଁ ମଧ୍ୟ ବିଭାଗ ଗାଇଡ଼‌ଲାଇନ୍‌ ଜାରି କରିଛି।

ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଜରୁରୀ ସେବା ପ୍ରଦାନକାରୀ ଅଫିସ୍‌ଗୁଡ଼ିକୁ ସବୁ ଷ୍ଟାଫ୍ ଆସିବେ। ସମସ୍ତ ଷ୍ଟାଫ୍‌ଙ୍କୁ ନେଇ ଏହି ଅଫିସ୍‌ଗୁଡ଼ିକ ଚାଲୁରହିବ। ଏଥିରେ ଏସଆରସି, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ଅଫିସ ରହିଛି। ସେହିପରି ରାଜ୍ୟତମାମ ସବୁ ଅଫିସ ପ୍ରତି ଶନିବାର ବନ୍ଦ ରହିବ ବୋଲି ଗାଇଡ଼‌ଲାଇନରେ ଉଲ୍ଲେଖ ରହିଛି। ପୂର୍ବରୁ କରୋନା ସଂକ୍ରମଣ ଅଧିକ ଥିବାବେଳେ ଅଫିସଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବାକୁ ନିଷ୍ପତ୍ତି ହୋଇଥିଲା।