ରାଜ୍ୟରେ ଆଉ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ବର୍ତ୍ତମାନ ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି। ରାଜ୍ୟରେ ହ୍ରାସ ପାଉଛନ୍ତି କରୋନା ଆକ୍ରାନ୍ତ। ରାଜ୍ୟରେ ଆଜି ସୁଦ୍ଧା ୮୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୪୯ରେ ପହଞ୍ଚିଛି।

ସୂଚନା ଅନୁସାରେ ରାଜ୍ୟରେ ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୦୪ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ, କଟକରୁ ୭୦ ଜଣ, ମୟୂରଭଞ୍ଜରୁ ୫୬ ଜଣ ଏବଂ ଜଗତସିଂହପୁରରୁ ୫୧ ଜଣ ରହିଛନ୍ତି। ସେହିପରି ନୂଆପଡ଼ାରୁ ୪୯, ଅନୁଗୁଳରୁ ୪୩, କେନ୍ଦ୍ରାପଡ଼ାରୁ ୩୨, ବଲାଙ୍ଗିରରୁ ୨୯, ପୁରୀରୁ ୨୭, କୋରାପୁଟରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୨, ବରଗଡ଼ରୁ ୨୧, ଭଦ୍ରକରୁ ୨୦, କଳାହାଣ୍ଡିରୁ ୨୦, ସମ୍ବଲପୁରରୁ ୧୯, ବାଲେଶ୍ୱରରୁ ୧୫, ଝାରସୁଗୁଡ଼ାରୁ ୧୧, ମାଲକାନଗିରିରୁ ୧୧, ଗଞ୍ଜାମରୁ ୧୦, ନବରଙ୍ଗପୁରରୁ ୧୦, ଢ଼େଙ୍କାନାଳରୁ ୮, ନୟାଗଡ଼ରୁ ୭, କନ୍ଧମାଳରୁ ୬, ରାୟଗଡ଼ାରୁ ୩, ଦେବଗଡ଼ରୁ ୨, ଗଜପତିରୁ ୨ ଏବଂ ଷ୍ଟେଟପୁଲରୁ ୨୩ ଜଣ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ଆଜି ସକାଳ ସୁଦ୍ଧା ୫୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୧୭ ହଜାର ୭୮୯ରେ ପହଞ୍ଚିଛି। ସେଥିରୁ ବର୍ତ୍ତମାନ ୫,୪୫୭ ଜଣ ସକ୍ରିୟ ରହିଛନ୍ତି। ସେହିପରି ୧୭୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।