ଜାତୀୟ ସବ୍‌ଜୁନିୟର୍ ପୁରୁଷ ହକି: ସେମିରେ ଓଡ଼ିଶା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗୋଆରେ ହକି ଇଣ୍ଡିଆ ପକ୍ଷରୁ ଚାଲିଥିବା ଦ୍ୱାଦଶ ଜାତୀୟ ସବ୍‌ଜୁନିୟର୍ ପୁରୁଷ ହକି ଚାମ୍ପିଅନ୍‌ଶିପ୍‌ରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶା ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଦଳ ଗୁରୁବାର କ୍ୱାର୍ଟର୍ ଫାଇନାଲ୍‌ରେ ଦାଦ୍ରା ଓ ନଗର ହାବେଳୀକୁ ଭେଟିଥିବା ବେଳେ ଏଥିରେ ୨-୦ରେ ବିଜୟୀ ହୋଇ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପ୍ରତିଯୋଗିତାର ଅନ୍ତିମ କ୍ୱାର୍ଟର୍ ଫାଇନାଲ୍‌ରେ ଓଡ଼ିଶା ପକ୍ଷରୁ ବିକ୍ରନ୍ ଓରାମ୍ ତ୍ରୟୋଦଶ ଓ ଇରେଙ୍ଗବାମ୍ ରୋହିତ ସିଂହ ୩୪ତମ ମିନିଟ୍‌ରେ ଗୋଲ୍ କରିଥିଲେ। ରୋହିତ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେମିଫାଇନାଲ୍ ମୁକାବିଲା ଆସନ୍ତା ଶନିବାର ଖେଳାଯିବ।