ଓଡିଶାରେ ଅଛନ୍ତି ସବୁଠୁ କମ୍‌ ବେକାରୀ, ନବୀନଙ୍କୁ ପ୍ରଶଂସାର ସୁଅ

ଭୁବନେଶ୍ବର,ଏନ୍ଏନ୍ଏସ୍: ପ୍ରକାଶ ପାଇଲା CMII (Center For Monitoring Indian Economy) ରିପୋର୍ଟ। ସବୁଠୁ କମ ବେକାରୀରେ ଓଡ଼ିଶା ଦେଶରେ ପ୍ରଥମ ବୋଲି ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ବେକାରୀ ହାର ୧ ପ୍ରତିଶତ ରହିଛି। ଏମିତିକି ଜାତୀୟ ହାର ଠାରୁ ଢେର ତଳେ ରହିଛି ଓଡିଶା।

ବେକାରୀ ସମସ୍ୟା ଯୋଗୁଁ ଦେଶରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଯାହାକୁ ନେଇ ବିଭିନ୍ନ ସମୟରେ ଦେଶର ରାଜନୀତି ସରଗରମ ହୋଇଛି। ହେଲେ ଏହି ବେକାରୀ ସମସ୍ୟାକୁ ନେଇ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ପ୍ରକାଶ ପାଇଛି CMII ରିପୋର୍ଟ। ଦେଶରେ ସବୁଠୁ କମ ବେକାରୀ ଓଡ଼ିଶାରେ ଅଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ରାଜ୍ୟର ବେକାରୀ ହାର ୧ ପ୍ରତିଶତ ରହିଛି। ଜାତୀୟ ହାର ୭.୪ ପ୍ରତିଶତ ଥିବାବେଳେ ଢେର ତଳେ ରହିଛି ଓଡିଶା। ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ଛୁଟୁଛି ପ୍ରଶଂସାର ସୁଅ। ଟ୍ୱିଟରରେ ଓଡିଶାର ମଡେଲକୁ ବେଶ ପ୍ରଶଂସା କରାଯିବା ସହ ଟ୍ରେଣ୍ଡ କରୁଛି #OdishaLowestUnemployment।