ଗ୍ରାମ ବିକାଶ ଓଡ଼ିଶାକୁ ‘ସତ୍‌ପଲ୍ ମିତ୍ତଲ ନ୍ୟାସ୍‌ନାଲ୍ ଆୱାର୍ଡ’

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହର୍‌ଲାଲ୍ ନେହେରୁଙ୍କ ଆଦର୍ଶର ପ୍ରଚାର ପାଇଁ ସ୍ୱର୍ଗତ ସତ୍‌ପଲ ମିତ୍ତଲଙ୍କ ଦ୍ୱାରା ୧୯୮୩ରେ ପ୍ରତିଷ୍ଠିତ ହୋଇଥିବା, ନେହରୁ ସିଦ୍ଧାନ୍ତ କେନ୍ଦ୍ର ଟ୍ରଷ୍ଟ ପକ୍ଷରୁ ଆଜି ଭର୍ଚୁଆଲ ଭାବେ ଆୟୋଜିତ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୧ ପାଇଁ ସତ୍‌ପଲ୍ ମିତ୍ତଲ ନ୍ୟାସନାଲ ଆୱାର୍ଡ ପ୍ରଦାନ କରାଯାଇଛି। ୨୦୨୧ ବର୍ଷ ପାଇଁ ସତ୍‌ପଲ ମିତ୍ତଲ ନ୍ୟାସନାଲ ଆୱାର୍ଡ ‘ଅନୁଷ୍ଠାନ ବର୍ଗ’ ଅଧୀନରେ ସମ୍ମାନନୀୟ ଅତିଥି ଡ. କିରଣ ବେଦୀଙ୍କ ଦ୍ୱାରା ଗ୍ରାମ ବିକାଶ (ଓଡ଼ିଶା)କୁ ୫ ଲକ୍ଷ ଟଙ୍କାର ନଗଦ ରାଶି ଏବଂ ଏକ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନେହେରୁ ସିଦ୍ଧାନ୍ତ କେନ୍ଦ୍ର ଟ୍ରଷ୍ଟ ଅଧ୍ୟକ୍ଷ ରାକେଶ ଭାରତୀ ମିତ୍ତଲ ଯୋଗ ଦେଇଛନ୍ତି।