ଟ୍ୱିଟରରେ ଟ୍ରେଣ୍ଡିଂ କରୁଛି ରାଜ୍ୟରେ ଠିକା ନିଯୁକ୍ତି ଯୁଗ ଶେଷ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ଠିକା ନିଯୁକ୍ତି ଯୁଗ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା ନିଯୁକ୍ତ ଉଚ୍ଛେଦ କରିଛନ୍ତି । ଏହି ନିଷ୍ପତ୍ତିକୁ ସ୍ବାଗତ କରୁଛନ୍ତି କର୍ମଚାରୀ ଓ ସାଧାରଣ ଜନତା । ସେପଟେ ଟ୍ବିଟରେ ଟ୍ରେଣ୍ଡ କରୁଛି #OdishaEndContractRecruitment । ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି ଟ୍ବିଟର ବ୍ୟବହାରକାରୀ । ଶନିବାର କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ନେଇ ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।