Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେପି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ବର,ଏନ୍ଏନ୍ଏସ୍: ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାର ହେଉଛନ୍ତି ଦଳିତ ଓ ଆଦିବାସୀ ବିରୋଧୀ। ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟର ସମସ୍ତ ଦଳିତ ଓ ଆଦିବାସୀ ମାନଙ୍କ ପ୍ରତି ଘୋର ଅପମାନ କରିଛି। ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ରାଜ୍ୟ ବିଜେପି ଅନୁସୂଚିତ ଜାତି ଓ ଜନଜାତି ସେଲ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ ଦାବି କରିଛନ୍ତି।

ଆଜି ଦଳୀୟ କାର୍ଯ୍ୟାଳୟର ଏକ ପ୍ରେସମିଟ କରି ବିଭୁ କହିଛନ୍ତି, ‘‘ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟର ସମସ୍ତ ଦଳିତ ଓ ଆଦିବାସୀ ମାନଙ୍କ ପ୍ରତି ଘୋର ଅପମାନ କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ନହେଲେ ରାଜରାସ୍ତାକୁ ଓହ୍ଲାଇବ ଏବଂ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେପି। ବିଜେପି କହିଛି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ। ବିଜେପି ଦାବି କରୁଛି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ଦଳିତ ଆଦିବାସୀମାନଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ।”

ମନ୍ତ୍ରୀଙ୍କ ମନ୍ତବ୍ୟ ହିଁ ସୂଚାଉଛି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଙ୍କ ପ୍ରତି ରାଜ୍ୟ ସରକାରଙ୍କ ମନୋଭାବ କଣ। ଏଥିରୁ ସ୍ପଷ୍ଟ ଓଡ଼ିଶାରେ ଦଳିତ ଆଦିବାସୀଙ୍କ ଉପରେ ନିର୍ଯ୍ୟାତନା କମ ନାହିଁ। ରାଜ୍ୟ ସରକାରଙ୍କ ଅଧିନରେ ସମସ୍ତ ପୋଲିସ କର୍ମଚାରୀ କାମ କରୁଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ହିସାବରେ ଏକଥା କହିଲା ବେଳେ ସେ ପ୍ରମାଣିତ କରୁଛନ୍ତି ଯେ ଓଡିଶା ପୋଲିସ ଉପରେ ମନ୍ତ୍ରୀଙ୍କ ଉପରେ ଭରସା ନାହିଁ କି ମହିଳା କମିଶନଙ୍କ ଉପରେ ବି ଭରସା ନାହିଁ। ଆଦିବାସୀ ଓ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରରେ ଓଡ଼ିଶା ସବୁଠାରୁ ଆଗରେ ରହିଛି। ପିପିଲି ଓ କୁନ୍ଦୁଲି ଠାରୁ ଆରମ୍ଭ କରି ରାୟଗଡାର ଜଣେ ଗର୍ଭବତୀ ମହିଳାଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କର ମୃତ୍ୟୁ ହେଲା, ଏହାକୁ କଣ ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱୀକାର କରିବେ କି ? ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ବୋଲି ବିଜେପି ଭାବୁଛି। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ମିଛ ମାମଲା କରୁଥିବା କହୁଛନ୍ତି ମନ୍ତ୍ରୀ। ସମଗ୍ର ଓଡ଼ିଶାରେ ଅଧିକ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ବିଜେଡିର ରହିଛନ୍ତି ତେଣୁ ବିଜେଡିର ଏହି ପ୍ରତିନିଧି ମାନେ ପ୍ରତିପକ୍ଷ ବିଜେପି ବିରୁଦ୍ଧରେ ଏହି ଷଡ଼ଯନ୍ତ୍ର କରୁଥିବା ମନ୍ତ୍ରୀ ସ୍ୱୀକାର କରିବେ କି ପ୍ରଶ୍ନ କରିଛି ବିଜେପି।

ସୂଚନାଯୋଗ୍ୟ ଯେ ଗତକାଲି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ‘ସାକାର’ ଯୋଜନା ମାଧ୍ୟମରେ ପୀଡିତ, ପୀଡିତାଙ୍କୁ ସହାୟତା ଯୋଗାଉଛନ୍ତି ସରକାର। କିଛି ପୁଲିସ ଓ ଆଇନଜୀବୀଙ୍କ ଅସାଧୁ ମେଣ୍ଟ ମିଛ ମାମଲାକୁ ସତ କରି ସରକାରୀ ସହାୟତାର ଲାଭ ଉଠାଉଛନ୍ତି। ଫଳରେ ନିର୍ଦ୍ଦୋଷ ବ୍ୟକ୍ତି ମାମଲାରେ ଛନ୍ଦି ହେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଧାୟକ ହେବା ଦିନରୁ ମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ନିକଟକୁ ଅନେକ ଅଭିଯୋଗ ଆସିଛି। ବହୁ ଲୋକ କ୍ଷତିପୂରଣ ସହାୟତା ପାଇଁ ଆବେଦନ କରିଛନ୍ତି। ଯାହା ଭିତରେ ଅଧିକାଂଶ ଯୌତୁକ ନିର୍ଯାତନା ଓ ଆଟ୍ରୋସିଟି ମାମଲା ରହିଛି। ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି।