ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଓଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ଏହି ମଧ୍ୟରେ ଇଦ୍ରାଣୀ ତ୍ରିପାଠୀ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ, ତୁଷାରକାନ୍ତ ମହାନ୍ତି ହେଲେ ଲ୍ୟାଣ୍ଡ ରେକର୍ଡସ ଓ ସର୍ଭେର ନିର୍ଦ୍ଦେଶକ, ମନୋଜ କୁମାର ମହାନ୍ତି ହେଲେ ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ, ବିଜୟ କୁମାର ଦାସ ହେଲେ ଇଡକୋ ମୁଖ୍ୟ ମହାପ୍ରବନ୍ଧକ, ରତ୍ନାକର ସାହୁ ହେଲେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଓ ସରୋଜ କୁମାର ସ୍ୱାଇଁ ହେଲେ ପୁରୀ ପୌରନିର୍ବାହୀ ଅଧିକାରୀ। ଏହି ପରିପ୍ରେକ୍ଷୀରେ ସରୋଜ କୁମାର ସ୍ୱାଇଁଙ୍କୁ ପୁରୀ ଉପଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରାଯିବା ନେଇ ଗତ ୧୬ ମାର୍ଚ୍ଚରେ ସାଧାରଣ ପ୍ରଶାସନ ଦ୍ୱାରା ହୋଇଥିବା ନିଷ୍ପତ୍ତିକୁ ରଦ୍ଦ କରିଦିଆଯାଇଛି।