ଭୁବନେଶ୍ୱର,ଏନ୍ଏନ୍ଏସ୍: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି ପୁଣି ମାସେ ବଢ଼ିଲା । ଏହି କ୍ରମରେ ୨୦୨୩ ଫେବୃଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛନ୍ତି । ତେବେ ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ ନଭେମ୍ବର ୩୦ ଶେଷ ତାରିଖ । ସେହିପରି ଶେଷ ଅଙ୍କ ୫ ଓ ୬ ଥିଲେ ଡିସେମ୍ବର ୩୧ ଏବଂ ୭ ଓ ୮ ଥିଲେ ଜାନୁଆରୀ ୩୧ ଶେଷ ତାରିଖ । ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ ଫେବୃଆରୀ ୨୮ ଶେଷ ତାରିଖ ହେବ ବୋଲି ଘୋଷଣା କରାଯାଇଛି ।