ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ

ନୂଆଦିଲ୍ଲୀ: ଜନସଂଖ୍ୟା ପ୍ରସଙ୍ଗରେ ଚୀନକୁ ପଛରେ ପକାଇ ଭାରତ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ୨୦୨୩ରେ ଭାରତରେ ସର୍ବାଧିକ ଜନସଂଖ୍ୟା ହେବ ବୋଲି ଚଳିତ ବର୍ଷ ପ୍ରାରମ୍ଭରେ ଗ୍ଲୋବାନଲ ଏକ୍ସପୋର୍ଟ ଅନୁମାନ କରିଥିଲା । ଆଉ ଏବେ ଏହାକୁ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ(UNFPA) ମୋହର ଲଗାଇଛି ।

ଭାରତରେ ଏବେ ଚୀନ ତୁଳନାରେ ୨୦ ଲକ୍ଷ ଅଧିକ ଲୋକ ରହିଛନ୍ତି । ଫଳରେ ଜନସଂଖ୍ୟା ବଢ଼ି ବଢ଼ି ୧୪୦ କୋଟି ପାର ହୋଇଯାଇଛି । ଅନ୍ୟପଟେ ଚୀନରେ ଏବେ ପିଲା ଜନ୍ମ ସଂଖ୍ୟା ହ୍ରାସ ପାଇଛି ।