ଜ୍ୟାକଲିନଙ୍କୁ ଜଳୁଥିଲେ ନୋରା

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ମନିଲଣ୍ଡ୍ରିଂ ମାମଲାରେ ନାଁ ଯୋଡ଼ିବା ପରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଇତିମଧ୍ୟରେ ଜ୍ୟାକଲିନ ଓ ନୋରାଙ୍କୁ ନେଇ ସୁକେଶ ଚିଠି ଲେଖିଛନ୍ତି । ଏଥିରେ ଇଡି ସମ୍ମୁଖରେ ନୋରା ନିଜ ବୟାନ ବଦଳାଇଥିବା ନେଇ ସୁକେଶ ଉଲ୍ଲେଖ କରିଛନ୍ତି । ସୁକେଶ ଚିଠିରେ ଲେଖିଛନ୍ତି ଯେ, ମୁଁ ଓ ଜ୍ୟାକଲିନ ପରସ୍ପରକୁ ଖୁବ୍ ଭଲ ପାଉଥିବାରୁ ନୋରା ଜଳୁଥିଲେ । ନୋରା ଚାହୁଁଥିଲେ କି ମୁଁ ଜ୍ୟାକଲିନଙ୍କୁ ଛାଡ଼ିଦିଏ ଏବଂ ତାଙ୍କ ସହ ସମ୍ପର୍କରେ ରୁହେ । ମୁଁ ମନା କରିବା ସତ୍ୱେ ନୋରା ମୋତେ ହଇରାଣ କରୁଥିଲେ । ନୋରା ମୋତେ ଦିନରେ ୧୦ଥର କଲ୍ କରୁଥିଲେ । ଆଉ ମୁଁ ତାଙ୍କ କଲର ଉତ୍ତର ନଦେଲେ ବି ଫୋନ୍ କରିବାକୁ ଚାପ ପକାଉଥିଲେ ।