ଭୁବନେଶ୍ୱରରେ ୧୦ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଉ ୧୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪ଜଣ ଓ ସ୍ଥାନୀୟ ସଂକ୍ରମଣ ୬ଜଣ ରହିଛନ୍ତି। ଅନ୍ୟପଟେ ୭ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୧୦ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ହଜାର ୨୭ ହୋଇଥିବାବେଳେ ୩୧ହଜାର ୬୭୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୪୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୨ ଜଣ ଚିକିତ୍ସିତ ହେଉଛନ୍ତି।