ବିଧାନସଭା ଅଧିବେଶନରେ ରହିବନି ପ୍ରଶ୍ନକାଳ- ବାଚସ୍ପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କାଳରେ କିପରି ବିଧାନସଭାରେ ଶୀତକାଳୀନ ଅଧିବେଶନ ହେବ ସେନେଇ ଆଜି ସର୍ବଦଳୀୟ ବୈଠକର ଆୟୋଜନ ହୋଇଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ସବୁ ଦଳର ନେତା ଯୋଗଦେଇଥିଲେ।

କୋଭିଡ ସମୟରେ ହେବାକୁ ଥିବା ଏହି ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ସେହିପରି ଦୈନନ୍ଦିନ ଅଧିବେଶନ କାଳକୁ ସାଢ଼େ ୪ ଘଣ୍ଟା ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୦ ତାରିଖରେ ବିଧାନସଭା ଅଧିବେଶନରେ ବଜେଟ ଉପରେ ଉପସ୍ଥାପନା ହେବ।

ତେବେ କୋଭିଡ ସ୍ଥିତିକୁ ନଜରରେ ରଖି ଅଧିବେଶନ ସମୟରେ ବିଧାୟକମାନଙ୍କ ବସିବା ସ୍ଥାନ ନିରୂପଣ ହେବ। ଏଥିସହ ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସିରେ ଭାଗ ନେଇପାରିବେ।